ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କଟକଣା ଭିତରେ ଭୁବନେଶ୍ୱରରେ ଖୋଲିପାରିବ ସପିଂ ମଲ୍‌। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏନେଇ ଗାଇଡଲାଇନ୍‌ ଜାରି କରିଛି ବିଏମ୍‌ସି। ମଲ୍‌ ପରିସରରେ ଫୁଡ୍‌ କୋର୍ଟ, ଇଟେରୀ ଆଇଟମ୍‌ ଖୋଲିବନି। ଗେମ୍‌ ଜୋନ୍‌ ଖୋଲିବନି। ଏହାଛଡ଼ା ମଲ୍‌ ଭିତରେ ଥିବା ସିନେମା ହଲ୍‌, ଫନ୍‌ ଜୋନ୍‌ ଖୋଲିପାରିବନି।

ମଲ୍‌ ଭିତରେ କୌଣସି ପ୍ରକାର ପ୍ରମୋସନାଲ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ମଲ୍‌ରେ କାର୍ଯ୍ୟରତ କର୍ମଚାରୀ ଓ ଗ୍ରାହକମାନେ ଆରୋଗ୍ୟ ସେତୁ ଆପ୍‌, ସଚେତନ ଆପ୍‌ ଡାଉନଲୋଡ କରିବେ। ମଲ୍‌ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ। ଥଣ୍ଡା ହୋଇଥିଲେ କୌଣସି ଗ୍ରାହକ ମଲ୍‌ ଭିତରକୁ ଯାଇ ପାରିବେ ନାହିଁ।

ମଲ୍‌ ଭିତରକୁ ଯେଉଁମାନେ ଯିବେ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମଲ୍‌ କର୍ମଚାରୀ ଏବଂ ଗ୍ରାହକଙ୍କ ଭିତରେ ଅତି କମ୍‌ରେ ୬ ଫୁଟ ଦୂରତା ରହିବ। ମଲ୍‌ରେ ଅଧିକ ସଂଖ୍ୟକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି।

Comment