ଓଡ଼ିଶାଲାଇଭ୍ ବ୍ୟୁରୋcorona US

ରାଜ୍ୟରେ ୧୦ ଜଣଙ୍କ ଜୀବନ ନେଲା କରୋନା। ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ  ସର୍ବାଧିକ ୩ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଗଞ୍ଜାମରୁ ଜଣେ ୪୮ ବର୍ଷୀୟ ପୁରୁଷ, ଜଣେ ୫୪ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଥଲା ବେଳେ ଜଣେ ୫୪ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ଗଞ୍ଜାମରେ ମୃତ୍ୟୁସଂଖ୍ୟା ୧୦୬କୁ ବୃଦ୍ଧି ଘଟିଛି।

ରାୟଗଡ଼ାର ଜଣେ ୭୦, ୬୧, ୬୪ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଛି। ଗଜପତିରୁ ୩୪ ବର୍ଷୀୟ ଓ ୪୮ ବର୍ଷୀୟ ପୁରୁଷ ଥିଲା ବେଳେ , କଳାହାଣ୍ଡିର ୬୬ ବର୍ଷୀୟ ଓ ଖୋର୍ଦ୍ଧାର ୬୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୦୭ରେ ପହଞ୍ଚିଛି।

Comment