ଓଡ଼ିଶାଲାଇଭ୍‌ ବ୍ୟୁରୋcorona case-2

ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ଓଡ଼ିଶାରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୧୬କୁ ବୃଦ୍ଧି ଘଟିଛି।

ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪୦, ୫୦, ୪୬, ୬୦ ବର୍ଷୀୟ ୪ ଜଣ ପୁରୁଷ ଥିଲା ବେଳେ ୨ ଜଣ ୬୦ ଓ ୭୫ ବର୍ଷୀୟ ମହିଳା ଅଛନ୍ତି।  ଆଜିର ମୃତକଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ କେବଳ ୧୧୨ ଜଣଙ୍କ ଜୀବନ ଗଲାଣି।

ପୁରୀର ୫୭ ବର୍ଷୀୟ, ଖୋର୍ଦ୍ଧାର ୫୫ ବର୍ଷୀୟ ଓ ଯାଜପୁରର ୪୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଛି।

Comment