ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟୁଇଟ କରି ନିଜେ ସୂଚନା ଦେଇଛନ୍ତି ସିଦ୍ଧରମୈୟା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହହ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଏଥିସହ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ବି ଆସିଛନ୍ତି ସେମାନେ ନିଜର ଯାଞ୍ଚ କରିବା ସହ କ୍ୱାରେଣ୍ଟାଇନ ରହନ୍ତୁ ବୋଲି ସିଦ୍ଧରମୈୟା ନିବେଦନ କରିଛନ୍ତି।

ଗତ ୮ ଦିନ ଭିରେ ଦେଶରେ ବହୁ ରାଜନେତା କରୋନା ଆକ୍ରାନ୍ତ ହୋଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ, ତାମିଲନାଡୁ ରାଜ୍ୟପାଳ ବନଓ୍ୱାରୀ ଲାଲ ପୁରୋହିତ, କଂଗ୍ରେସ ସାଂସନ କାର୍ତ୍ତି ଚିଦାମ୍ବରମ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

Comment