ଓଡ଼ିଶାଲାଇଭ୍‌ ବ୍ୟୁରୋcorona case-2

ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩, ସୁନ୍ଦରଗଡ଼ରୁ ୨ ଜଣ ଅଛନ୍ତି।

ଗଞ୍ଜାମର ୩ ଜଣ ୫୨, ୪୦, ୫୫ ବର୍ଷୀୟ ପୁରୁଷ। ସୁନ୍ଦରଗଡ଼ର ୨ ଜଣ ମୃତକଙ୍କ ମଧ୍ୟରେ ଜଣେ ୫୪ ବର୍ଷୀୟ ବ୍ୟକ୍ତି ଓ ଜଣେ ୨୮ ବର୍ଷୀୟା ଯୁବତୀ ଅଛନ୍ତି।

ଭଦ୍ରକର ୫୩ ବର୍ଷୀୟା ମହିଳା, କନ୍ଧାମାଳର ୬୧ ବର୍ଷୀୟ, କେନ୍ଦୁଝରର ୫୨ ବର୍ଷୀୟ ନବରଙ୍ଗପୁରର ୪୦ ବର୍ଷୀୟ ପୁରୁଷ, ନୟଗଡ଼ର ୩୯ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ କେବଳ ୧୨୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି ଘଟିଛି।

Comment