ଓଡ଼ିଶାଲାଇଭ୍ ବ୍ୟୁରୋ 
ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ପୁଣି ଏକ ଖବର ଆସିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ସହକର୍ମୀ ପପୁ, ବିକାଶ ଓ ପ୍ରିତମଙ୍କୁ ପୁଣିଥରେ କ୍ରାଇମବ୍ରାଞ୍ଚ ଜେରା କରିବ ବୋଲି ଜଣାପଡ଼ିଛି।
ଏମିତିକ ଆବଶ୍ୟକ ପଡ଼ିଲେ ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇପାରେ। ଏନେଇ ତଦନ୍ତକାରୀ ଟିମରେ ଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଗତ ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ରୁ ମିଳିଥିଲା। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ଏଯାଏଁ ଏହି ରହସ୍ୟ ଉପରୁ ପରଦା ହଟିନି। ଏଯାଏଁ ବହୁ ଲୋକଙ୍କୁ ପଚରା ଉଚରା ହୋଇଥିଲେ ମଧ୍ୟ କିଛି ବି ସୁରାକ ମିଳିନି।