ଓଡିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ସ୍ଵେଚ୍ଛାସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ। ମଙ୍ଗଳବାର ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ରେଲଓ୍ଵେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଦିତ୍ୟ ଗତ ମାସ ୯ ତାରିଖରେ ବିବାହ କରିଥିଲେ। ସୋମବାର ସନ୍ଧ୍ୟାରେ ସ୍ତ୍ରୀଙ୍କ ସହ ତାଙ୍କର ସାମାନ୍ୟ ବଚସା ହୋଇଥିଲା। ଆଦିତ୍ୟ ରାଗି ପାଟିତୁଣ୍ଡ କରିଥିଲେ। ଏହାପରେ ସେ ଫ୍ରିଜ୍ ଭିତରେ ନିଜର ମୋବାଇଲ ଫୋନ୍ ଏବଂ ଘର ଚାବି ରଖି ବାହାରକୁ ଚାଲିଯାଇଥିଲେ। ପରିବାର ଲୋକେ ରାତିସାରା ଖୋଜାଖୋଜି କରିଥିଲେ ମଧ୍ୟ ଆଦିତ୍ୟଙ୍କ ସନ୍ଧାନ ମିଳିନଥିଲା। ଆଜି ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି।

ଆଦିତ୍ୟଙ୍କ ପତ୍ନୀଙ୍କ କହିବା ଅନୁସାରେ, ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା। କିନ୍ତୁ ଗତକାଲି ସ୍ତ୍ରୀଙ୍କ ମନରେ ବିତୃଷ୍ଣା ଭାବ ସୃଷ୍ଟି କରିବା ପାଇଁ ସେ ସାମାନ୍ୟ କଥାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହାପରେ କାହାକୁ କିଛି ନ କହି ବାହାରକୁ ପଳାଇଥିଲେ। ଆଦିତ୍ୟ ଗୁଣିଗାରେଡ଼ିକୁ ଭୟ କରୁଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ପରିବାର ଲୋକେ ଏତଲା ଦେଇନାହାନ୍ତି। ଆଜି କ୍ୟାପିଟାର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହେବ। ଘଟଣାର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ପୋଲିସ ଅଫିସର ସୂଚନା ଦେଇଛନ୍ତି।

Comment