ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ଜୀବନ ଯାଇଛି। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନାର ଏଏସ୍ଆଇ ଆରକେ କବିଙ୍କର କରୋନାରେ ମୃତ୍ୟୁ ଘଟିଛି।

କୋଭିଡ୍ ଡ୍ୟୁଟି ସମୟରେ ଏଏସ୍ଆଇ ଆର କେ କବି କରୋନା ସଂକ୍ରମଣ ଶିକାର ହୋଇଥିଲେ। ପ୍ରଥମେ ତାଙ୍କୁ ଚାନ୍ଦପୁର ଓ ପରେ ସମ୍ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ହେଲେ ଗତ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂଚନାରୁ ଜଣାପଡ଼ିଛି।

ଦଶପଲ୍ଲା ବ୍ଳକ ଅନ୍ତର୍ଗତ ସାତପାଟଣା ଗାଁରେ ଆର୍ କେ କବିଙ୍କ ଘର। ଗୁରୁବାର ସନ୍ଧ୍ୟାରେ ତାଙ୍କ ମରଶରୀର ନୟାଗଡ଼ରେ ଆସି ପହଞ୍ଚିଥିଲା। ପିଟିଏସ୍‌ଠାରେ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ଏବଂ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ଉପସ୍ଥିତିରେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ସହର ଉପକଣ୍ଠ ରତନପୁର ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here