ଓଡ଼ିଶାଲାଇଭ୍‌ ବ୍ୟୁରୋcorona vaccine-1

ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ସର୍ବାଧିକ ୧୬୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୬୨୬ ରହିଛି।

ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୬୮ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୨୨୦, ସୁନ୍ଦରଗଡ଼ରୁ ୧୭୮, କଟକରୁ ୧୦୫, ସମ୍ବଲପୁରରୁ ୧୦୧, ବରଗଡ଼ରୁ ୮୧, କନ୍ଧମାଳରୁ ୭୪, ମାଲକାନଗିରିରୁ ୭୨, ପୁରୀରୁ ୬୭,  ଭଦ୍ରକ ୬୬, ଗଜପତିରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୫୬, ଯାଜପୁର, କୋରାପୁଟରୁ ୪୧ ଜଣ ଲେଖାଏଁ, କଳାହାଣ୍ଡିରୁ ୩୦, ଢେଙ୍କାନାଳ ଓ କେନ୍ଦ୍ରପଡ଼ାରୁ ୨୭ ଜଣ ଲେଖାଏଁ, ନୟଗଡ଼ରୁ ୨୫, ମୟୂରଭଞ୍ଜରୁ ୨୫, ବଲାଙ୍ଗିରରୁ ୨୧, ରାୟଗଡ଼ାରୁ ୧୯, ଅନୁଗୁଳ, ବାଲେଶ୍ୱରରୁ ୧୭ ଲେଖାଏଁ, ଜଗତସିଂହପୁର ଓ ନବରଙ୍ଗପୁରରୁ ୧୬ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ସୋନପୁରରୁ ୧୦ ଜଣ ଲେଖାଏଁ, ବୌଦ୍ଧରୁ ୮, ନୂଆପଡ଼ାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମଶାଇ ରାଜ୍ୟରେ ମୋଟ ୪୦ ହଜାର ୭୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫ ହଜାର ୭୩୭ ଜଣ ସୁସ୍ଥ ହୋଇଥିଲା ବେଳେ ୧୪ ହଜାର ୭ ଶହ ଆକ୍ଟିଭ୍ କେସ ରହିଛି।

Comment