ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରୁ ଆଜି ଆଉ ୧୧୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୧ ଜଣ ଥିଲା ବେଳେ ୪୭ଟି ଲୋକାଲ କେସ ରହିଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି।

ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ, ରିଜର୍ଭ ପୋଲିସ କଲୋନିରୁ ୭ ଜଣ, ନୟାପଲ୍ଲୀ ନୂଆସାହିରୁ ୬ ଜଣ, ବଡ଼ଗଡ଼ରୁ ୫, ସୂର୍ଯ୍ୟନଗରରୁ ୪, ୟୁନିଟ ୧ରୁ ୩ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୩ ଜଣ ପୋଲିସ କର୍ମଚାରୀ, କେନ୍ଦ୍ରୀୟ ସରକାରୀ ହସ୍ପିଟାଲର ୨ ଜଣ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱରରେ ଆଜି ୯୦ ଜଣ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭୨କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଜିର ସୁସ୍ଥଙ୍କୁ ମିଶାଇ ୨୧୫୧ ସୁସ୍ଥ ହୋଇଛନ୍ତି। ଏବେବି ୧୩୦୧ ଚିକିତ୍ସିତ ହେଉଛନ୍ତି।

Comment