ଓଡ଼ିଶାଲାଇଭ୍‌ ବ୍ୟୁରୋCoronavirus blood test

ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୬୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୮, ଲୋକାଲ କଣ୍ଟାକ୍ଟ କେସ୍‌ ୬୮ ରହିଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି।

ଆଜି ଆକ୍ରାନ୍ତଙ୍କ ମଧ୍ୟରେ ସାଲିଆ ସାହିରୁ ସର୍ବାଧିକ ୧୭ ଜଣ ଅଛନ୍ତି। ସେହିପରି ୟୁନିଟ ୯, ଆଇଆରସି ଭିଳେଜ, ଶୈଳଶ୍ରୀ ବିହାର, ୟୁନିଟ ୧, ଖଣ୍ଡଗିରି ଆଦି ଅଞ୍ଚଳରୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ  ପଜିଟିଭଙ୍କ ସଂଖ୍ୟା ୩ ହଜାର ୯୨୯କୁ ବୃଦ୍ଧି ଘଟିଛି। ମୋଟ ପଜିଟିଭଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୪୭୩ ସୁସ୍ଥ ହୋଇଛନ୍ତି। ଏବେସୁଦ୍ଧା ୧୪୩୫ ଚିକିତ୍ସାଧୀନ ଅଛନ୍ତି।

Comment