ଓଡିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ଆଉ ୧୭୩୪ ପଜିଟିଭ୍
- କ୍ଵାରେଣ୍ଟାଇନ୍ରୁ ୧୦୭୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୫୯ ଜଣ ଆକ୍ରାନ୍ତ ଚିହ୍ନଟ
- ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭କୁ ବୃଦ୍ଧି
ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୧୭୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍ରୁ ୧୦୭୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ପାର୍ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୨୨ ଜଣ, କଟକରୁ ୧୭୭ ଜଣ, ସୁନ୍ଦରଗଡ଼ରୁ ୧୨୬ ଜଣ, ନୟାଗଡ଼ରୁ ୧୦୬ ଜଣ, ଗଜପତିରୁ ୮୫ ଜଣ, ବାଲେଶ୍ଵରରୁ ୭୩ ଜଣ, କୋରାପୁଟରୁ ୬୦ ଜଣ, କନ୍ଧମାଳରୁ ୫୯ ଜଣ, ଭଦ୍ରକରୁ ୫୮ ଜଣ, ପୁରୀରୁ ୫୫ ଜଣ, ମାଲକାନଗିରିରୁ ୫୨ ଜଣ, ବରଗଡ଼ରୁ ୫୧ ଜଣ, ଯାଜପୁରରୁ ୩୮ ଜଣ, ମୟୂରଭଞ୍ଜରୁ ୩୫ ଜଣ, ଢେଙ୍କାନାଳରୁ ୨୯ ଜଣ, କେନ୍ଦୁଝରରୁ ୨୭ ଜଣ, କଳାହାଣ୍ଡିରୁ ୨୪ ଜଣ, ନୂଆପଡ଼ାରୁ ୨୨ ଜଣ, ନୟାଗଡ଼ରୁ ୧୮ ଜଣ, ସମ୍ବଲପୁରରୁ ୧୪ ଜଣ, ନବରଙ୍ଗପୁରରୁ ୧୩ ଜଣ, ସୋନପୁରରୁ ୧୩ ଜଣ, ଜଗତସିଂହପୁରରୁ ୧୨ ଜଣ, ବଲାଙ୍ଗିରରୁ ୬ ଜଣ, ଝାରସୁଗୁଡ଼ାରୁ ୬ ଜଣ, ଦେବଗଡ଼ରୁ ୫ ଜଣ, ଅନୁଗୁଳରୁ ୪ ଜଣ ଏବଂ କେନ୍ଦ୍ରାପଡ଼ାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୦,୨୪୧ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୩୬୫ଟି ଆକ୍ଟିଭ୍ କେସ୍ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୭୨ରେ ପହଞ୍ଚିଛି।













