ଓଡିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୬୪,୩୯୯ ଆକ୍ରାନ୍ତ, ୮୬୧ ମୃତ
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୫୩,୦୧୧କୁ ବୃଦ୍ଧି
  • ମୋଟ ମୃତ୍ୟୁସଂଖ୍ୟା ୪୩,୩୭୯କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ଟପିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଆଜି ୬୪,୩୯୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୬୧ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧,୫୩,୦୧୧ରେ ପହଞ୍ଚିଛି। ସେଥିମଧ୍ୟରୁ ୬,୨୮,୭୪୭ଟି ଆକ୍ଟିଭ୍ କେସ୍ ଥିବା ବେଳେ ୧୪,୮୦,୮୮୪ ଜଣ ସୁସ୍ଥ ହୋଇଛନ୍ତି।ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୩,୩୭୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୭,୩୬୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୪୮୦୮ ଜଣ, ଦିଲ୍ଲୀରେ ୪୦୯୮ ଜଣ ଓ କର୍ଣ୍ଣାଟକରେ ୩୦୯୧ ଜଣଙ୍କର ମୃତ୍ୟୁ ହୋଇଛି।

Comment