ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତଙ୍କ ହାର ଅଧିକ। ଗ୍ରାମାଞ୍ଚଳରେ ୪୬.୯ ପ୍ରତିଶତ ସଂକ୍ରମିତ ହୋଇଥିଲା ବେଳେ ସହରାଞ୍ଚଳରେ ୫୩.୧ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। କଟକର କରୋନା ସ୍ଥିତି ନେଇ ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟାନୀ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ କଟକରେ ମୋଟ ୨୯୧୦ ପଜିଟିଭଙ୍କ ମଧ୍ୟରୁ ଗ୍ରାମାଞ୍ଚଳର ୧୩୬୪, ସହରାଞ୍ଚଳରେ ୧୫୪୬ ଜଣ ସଂକ୍ରମିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ଆକ୍ଟିଭ କେସ୍‌ ୨୧୬ ରହିଥିଲା ବେଳେ ସହରାଞ୍ଚଳରେ ଆକ୍ଟିଭ କେସ୍‌ ୭୭୩ ରହିଛି।

ଜିଲ୍ଲାରେ ସୁସ୍ଥତା ହାର ୬୬.୩% ଥିବା ବେଳେ ମୃତ୍ୟୁହାର ୦.୦୧% ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଗ୍ରାମାଞ୍ଚଳରେ ବଡ଼ମ୍ବା ନରସିଂହପୁର, ଆଠଗଡ଼ ଅଞ୍ଚଳରେ ଅଧିକ ସଂକ୍ରମିତ ହୋଇଛନ୍ତି। ସେହିପରି ସହରାଞ୍ଚଳରେ  ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି। କରୋନା ସଂକ୍ରମଣକୁ ଦେଖି କଟକରେ ଆଉ ଏକ କୋଭିଡ ହସ୍ପିଟାଲ କରିବାକୁ ଯୋଜନା ଚାଲିଥିବା ଜିଲ୍ଲାପାଳ କହିଛନ୍ତି।

କଟକ ଜିଲ୍ଲାରେ ଏଯାବତ୍‌ ୩୦୧ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ଯୋଦ୍ଧାଙ୍କ ମଧ୍ୟରୁ ୬୯ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଗ୍ରମାଞ୍ଚଳ ପାଇଁ ୧୮୨୧ କୋଭିଡ ପରିଚାଳନ କମିଟି କାର୍ଯ୍ୟ କରୁଛି। ସହରାଞ୍ଚଳ ପାଇଁ ୧୧୩ଟି ଓ୍ୱାର୍ଡ କମିଟି ଗଠନ ହୋଇଛି। ସେହିପରି ଗ୍ରାମାଞ୍ଚଳରେ ୧୪ଟି ଓ ସହରାଞ୍ଚଳରେ ୬ଟି ସ୍ୱାବ ସଂଗ୍ରହ କରୁଛନ୍ତି।

Comment