ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ଆକ୍ରାନ୍ତ। କରୋନା ଆକ୍ରାନ୍ତ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ୮୪ ବର୍ଷୀୟ ପ୍ରଣବ ମୁଖାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏଥିସହ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କୋଭିଡ ଟେଷ୍ଟ କରାଇବା ସହ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ପ୍ରଣବ ମୁଖାର୍ଜୀ ୨୦୧୨ ରୁ ୨୦୧୭ ଯାଏଁ ଦେଶର ରାଷ୍ଟ୍ରପତି ରହିଛନ୍ତି। ୨୦୧୯ରେ କେନ୍ଦ୍ର ସରକାର ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ।

ଦିନକୁ ଦିନ ଦେଶରେ କରୋନା ତା’ର କାୟା ମେଲାଇ ଚାଲିଛି। ଗତ ୧୫ ଦିନ ଭିତରେ ଦେଶ ବହୁ ବିଶିଷ୍ଟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Comment