ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପୁଣି ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। କରୋନା ଆକ୍ରାନ୍ତ ନେଇ ଟୁଇଟ କରି ସୌମ୍ୟରଞ୍ଜନ ନିଜେ ସୂଚନା ଦେଇଛନ୍ତି।

‘‘ମୁଁ ଆଜି କରୋନା ପଜିଟିଭ ହେଇଥିବା କଥା ଜଣା ପଡ଼ିଛି। ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନଙ୍କୁ ଡାକ୍ତରୀ ପରାମର୍ଶ ନେବାପାଇଁ ଅନୁରୋଧ କରୁଛି’’, ଟୁଇଟରେ ଲେଖିଛନ୍ତି ସୌମ୍ୟ ରଞ୍ଜନ।

ସୌମ୍ୟରଞ୍ଜନ ପଟ୍ଟନାୟକ, ଦୈନିକ ଖବରକାଗଜ, ସମ୍ବାଦର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ । ଏହା ବ୍ୟତିତ, ସେ ଜଣେ ଶିଳ୍ପପତି, ଶିକ୍ଷାବିତ ଓ ସମାଜସେବୀ ମଧ୍ୟ।

Comment