ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାଜ୍ୟରେ ଆଉ ୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ଜୀବନ ଯାଇଛି।

ସେହିପରି ରାୟଗଡ଼ାରୁ ୨, ଖୋର୍ଦ୍ଧା, ଅନୁଗୋଳ ଓ ବାଲେଶ୍ଵର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଏବଂ କରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ଏହି ସୂଚନା ଦିଆଯାଇଛି।

ଗଞ୍ଜାମର ମୃତକଙ୍କ ମଧ୍ୟରେ ଦୁଇଜଣ ୫୭ ବର୍ଷୀୟ ପୁରୁଷ ଏବଂ ୪୮ ଓ ୭୪ ବର୍ଷୀୟା ମହିଳା ରହିଛନ୍ତି। ରାୟଗଡ଼ାର ଦୁଇ ମୃତକ ହେଉଛନ୍ତି ୬୫ ବର୍ଷୀୟ ପୁରୁଷ। ସେହିପରି ଖୋର୍ଦ୍ଧା, ଅନୁଗୋଳ ଏବଂ ବାଲେଶ୍ଵରର ମୃତକମାନେ ହେଉଛନ୍ତି ଯଥାକ୍ରମେ ୫୮ ବର୍ଷୀୟ ପୁରୁଷ, ୪୪ ବର୍ଷୀୟ ମହିଳା ଓ ୩୮ ବର୍ଷୀୟ ପୁରୁଷ। ଆଜିର ମୃତକଙ୍କୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୪୪କୁ ବୃଦ୍ଧି ଘଟିଛି। ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଛି।

Comment