ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଙ୍ଗାଳୁରୁରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଡିଜେ ହାଲି ଓ କେଜି ହାଲି ପୋଲିସ ଷ୍ଟେସନ ଉପରକୁ ଟେକା ପଥର ମାଡ଼ କରିଛନ୍ତି। ଆକ୍ରମଣରେ ଜଣେ ଏସିପିଙ୍କ ସମେତ ୬୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସର ଗୁଳିମାଡ଼ରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ ସୁଦ୍ଧା ହିଂସାରେ ସଂପୃକ୍ତ ଥିବା ୧୧୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ହିଂସାକାଣ୍ଡ ଭିଆଇଥିବା ଅନ୍ୟ ଲୋକଙ୍କୁ ଧରିବା ପୋଲିସ ଚେଷ୍ଟା କରୁଛି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ଡିଜେ ହାଲି ଓ କେଜି ହାଲି ପୋଲିସ ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।

କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତରା ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟକୁ ଗୋଟିଏ ଗୋଷ୍ଠୀ ବିରୋଧ କରିବା ସହିତ ଏହାକୁ ନେଇ ଥାନାରେ ଏତଲା ଦେଇଥିଲେ। ମାତ୍ର ପୋଲିସ ଏହାର ଆପୋଷ ବୁଝାମଣା କରିବାକୁ କହିଥିଲା। ଏଥିରେ ଲୋକେ ତାତି ଥିଲେ।

Comment