ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆରେ ପ୍ରଥମେ ବୋଲିଂ କରିବ ଭାରତ। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି।

ବେଙ୍ଗାଳୁରୁର ଏମ୍‌ ଚିନ୍ନାସ୍ଵାମୀ ଷ୍ଟାଡିୟମ ସିରିଜର ଏହି ନିର୍ଣ୍ଣାୟକ ମ୍ୟାଚ୍ ଆୟୋଜନ କରୁଛି। ଏହି ମ୍ୟାଚକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ କାରଣ ସିରିଜ ଏବେ ୧-୧ରେ ବରାବର ରହିଛି। ଏହି ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସିରିଜ ଜିତାପଟ କରିବ।

ସିରିଜର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ସହଜରେ ଜିତି ନେଇଥିଲା। ଭାରତ ଏହି ମ୍ୟାଚରେ ୨୫୫ ରନ୍‌ରେ ଅଲଆଉଟ ହୋଇଯାଇଥିବା ବେଳେ ଅଷ୍ଟ୍ରେଲିଆର ଦୁଇ ଓପନର ଏହି ବିଜୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରି ଦେଇଥିଲେ। ହେଲେ ଦ୍ଵିତୀୟ ଦିନିକିଆରେ ଭାରତ ମ୍ୟାଚ ଜିତି ଅଷ୍ଟ୍ରେଲିଆଠୁ ବଦଲା ନେଇଥିଲା। ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩୪୦ ରନ କରିଥିଲା। ହେଲେ ଅଷ୍ଟ୍ରେଲିଆ ୩୦୪ ରନ କରି ଅଲଆଉଟ ହୋଇଯାଇଥିଲେ। ଫଳରେ ଭାରତ ଏହି ମ୍ୟାଚକୁ ଜିତି ନେଇଥିଲା।

Comment