ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୯ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି। ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ବେଳେ ସୁନ୍ଦରଗଡ଼ ଓ କନ୍ଧମାଳରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ଜୀବନ ଯାଇଛି।

ଗଞ୍ଜାମର ୩ ଜଣ ମୃତକଙ୍କ ମଧ୍ୟରେ ୭୩, ୮୨, ୩୬ ବର୍ଷୀୟ ବ୍ୟକ୍ତି ଅଛନ୍ତି। କଟକର ୨୩ ଓ ୭୨ ବର୍ଷୀୟ , ମୟୂରଭଞ୍ଜର ୬୦ ଓ ୫୮ ବର୍ଷୀୟ ବ୍ୟକ୍ତି କରୋନାରେ ଆଖି ବୁଜିଛନ୍ତି। ସେହିପରି ସୁନ୍ଦରଗଡ଼ର ୮୧ ଓ କନ୍ଧମାଳର ୬୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୧୪କୁ ବୃଦ୍ଧି ଘଟିଛି। ଏଥିରୁ କେବଳ ଗଞ୍ଜାମ ଜିଲ୍ଲାରୁ ୧୪୭ ଜଣ ଅଛନ୍ତି।

Comment