ଓଡିଶାଲାଇଭ୍ ବ୍ୟୁରୋ

କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତି ଶନି ଓ ରବିବାର ଜିଲ୍ଲାରେ ସଟ୍‌ଡାଉନ୍ ଜାରି ହେବ। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।BGUତେବେ ସ୍ଵାଧୀନତା ଦିବସ ପାଇଁ ଆସନ୍ତା ଶନିବାର ଦିନ ସଟ୍‌ଡାଉନ୍‌କୁ କୋହଳ କରାଯାଇଛି। ଅଗଷ୍ଟ ୧୫ ତାରିଖ ଦିନ ୧୧ଟା ଯାଏଁ ସ୍ଵାଧୀନତା ଦିବସ ପାଳନ କରାଯିବ। ୧୧ଟା ପରେ ଜିଲ୍ଲାରେ ସଟ୍‌ଡାଉନ୍ ନିୟମ ଲାଗୁ ହେବ। ମାତ୍ର ୧୦ ଜଣ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରଖି ସ୍ଵାଧୀନତା ଦିବସ ପାଳନ କରିବାକୁ କଟକଣା ଜାରି ହୋଇଛି। ଏଥିସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

Comment