ଓଡ଼ିଶାଲାଇଭ୍‌ ବ୍ୟୁରୋcorona US

ରାଜ୍ୟରେ କରୋନା ସଂକ୍ରମଣରେ ଆଜି ଆଉ ୧୦ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪ ଓ ପୁରୀରୁ ୩ ଅଛନ୍ତି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର ଓ କଟକରୁ ଜଣେ ଲେଖାଏଁ ବ୍ୟକ୍ତି କରୋନାରେ ଆଖି ବୁଜିଛନ୍ତି।BGU

ଗଞ୍ଜାମ ମୃତକଙ୍କ ମଧ୍ୟରେ ୭୫, ୬୫, ୭୦ ବର୍ଷୀୟ ପୁରୁଷ ଅଛନ୍ତି। ପୁରୀର ୩ ମୃତକ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୫୦, ୫୨, ୭୨ ବର୍ଷ। ସୁନ୍ଦରଗଡ଼ର ୩୨ ବର୍ଷୀୟ ଯୁବକ, କଟକର ୪୪ ବର୍ଷୀୟ ପୁରୁଷ, ସମ୍ବଲପୁରର ୫୨ ବର୍ଷୀୟ ପୁରୁଷ କରୋନାରେ ଆଖି ବୁଜିଛନ୍ତି।

ଆଜିର ମୃତକଙ୍କୁ ମିଶାଇ ଗଞ୍ଜାମରେ ମୃତ୍ୟସଂଖ୍ୟା ୧୫୧କୁ ବୃଦ୍ଧି ଘଟିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment