ଓଡିଶାଲାଇଭ୍ ବ୍ୟୁରୋ

Prasahnt Bhusan_Lawer1

କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ କରି ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରଶାନ୍ତ ନିଜ ଟ୍ୱିଟର ହାଣ୍ଡେଲରେ ସୁପ୍ରିମକୋର୍ଟ ଓ ପ୍ରଧାନ ବିଚାରପତିଙ୍କ ବିରୋଧରେ ମନ୍ତବ୍ୟ ରଖିଥିଲେ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଥିଲେ ଯେ, ପ୍ରଶାନ୍ତ ଭୂଷଣ ଅତି ଗୁରୁତର ଅପରାଧ କରିଛନ୍ତି।BGUତେବେ କୋର୍ଟ ଦଣ୍ଡାଦେଶ ସମ୍ପର୍କରେ ଅଗଷ୍ଟ ୨୦ରେ ରାୟ ଶୁଣାଇବେ। କୋର୍ଟ ଅବମାନନା ମାମଲାରେ ତାଙ୍କୁ ୬ ମାସ ଜେଲ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ ଅଗଷ୍ଟ ୫ରେ କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ।

Comment