ଓଡିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୬୩,୪୮୯ ଆକ୍ରାନ୍ତ, ୯୪୪ ମୃତ
- ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୮୯,୬୮୨କୁ ବୃଦ୍ଧି
- କରୋନାଜନିତ ମୃତ୍ୟୁସଂଖ୍ୟା ୪୯,୯୮୦କୁ ବୃଦ୍ଧି
ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଆଜି ପୁଣି ୬୩ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ୮୦ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଆଜି ୬୩,୪୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୮୯,୬୮୨ରେ ପହଞ୍ଚିଛି। ସେଥିମଧ୍ୟରୁ ୬,୭୭,୪୪୪ଟି ଆକ୍ଟିଭ୍ କେସ୍ ଥିବା ବେଳେ ୧୮,୬୨,୨୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ଆଜି ଆଉ ୯୪୪ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୯,୯୮୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୯,୭୪୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ତାମିଲନାଡୁରେ ୫,୬୪୧ ଜଣ, ଦିଲ୍ଲୀରେ ୪,୧୮୮ ଜଣ ଓ କର୍ଣ୍ଣାଟକରେ ୩,୮୩୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।













