ଓଡିଶାଲାଇଭ୍ ବ୍ୟୁରୋ

  • ନିରାଡ଼ମ୍ବର ସ୍ୱାଧୀନତା ଦିବସ ସମାରୋହ
  • ସାର୍ବଭୌମତ୍ୱ ରକ୍ଷା ଉପରେ ଗୁରୁତ୍ୱ
  • ରାଷ୍ଟ୍ର ବିକାଶରେ ସାମିଲ ହେବାକୁ ଆହ୍ୱାନ

ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲ ପ୍ୟାରେଡ୍ ଗ୍ରାଉଣ୍ଡରେ କୋଭିଡ୍ କଟକଣା ସହ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସବରେ ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଚଳିତବର୍ଷ କରୋନା କଟକଣା ଯୋଗୁଁ ଅଳ୍ପସଂଖ୍ୟକ ପୋଲିସବାହିନୀ ପ୍ୟାରେଡ୍ ପ୍ରଦର୍ଶନ କରିଛନ୍ତି। ସମାରୋହରେ ମୁଖ୍ୟ ଅତିଥି ଭାବେ ସୁଦାମ ମାରାଣ୍ଡି ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶର ସାର୍ବଭମତ୍ୱ ରକ୍ଷା କରିବା ନାଗରିକଙ୍କ ପରମ କର୍ତ୍ତର୍ବ୍ୟ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଏଥିସହ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ଓ ପ୍ରତିଭାମାନଙ୍କୁ ସେ ସମ୍ମାନ ଜଣାଇଛନ୍ତି।BGUସ୍ୱାଧୀନତା ଆନ୍ଦୋଳନରେ ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଷ୍ଠ ଅବଦାନ ପାଇଁ ଜିଲ୍ଲା ଗୌରବାନ୍ୱିତ ହୋଇ ପାରିଛି। କଳା, ସଂସ୍କୃତି, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ନୟାଗଡ଼ ଜିଲ୍ଲାର ସ୍ୱତନ୍ତ୍ରତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ନବୀନ ସରକାରଙ୍କ ସ୍ୱଚ୍ଛ, ସ୍ଥିର ତଥା ଲୋକାଭିମୁଖୀ ଶାସନ ଦେଶର ବିକାଶ ଧାରାକୁ ତ୍ୱାରାନ୍ୱିତ କରିଥିବା ମନ୍ତ୍ରୀ କହିଛନ୍ତି। ଏଥିସହ ସାମୂହିକ ପ୍ରଚେଷ୍ଟାରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତେ ସଙ୍କଳ୍ପ ନେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।ଏହି ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ, ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଛନ୍ତି। କୋଭିଡ୍‌-୧୯ର ଏହି କଠିନ ପରିସ୍ଥିତିରେ କମ ସଂଖ୍ୟକ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳନ

କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here