ଓଡିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ କରୋନାଜନିତ ମୃତ୍ୟୁ ୫୦ ହଜାର ଡେଇଁଲା। ଶନିବାର ଦିନ ଭାରତ ପୂର୍ବର ସବୁ ରେକର୍ଡ ଭଙ୍ଗ କରିଥିଲା। ଏବେ ଆମେରିକା, ମେକ୍ସିକୋ, ବ୍ରାଜିଲ ପରେ ଚତୁର୍ଥ ଦେଶ ହେଉଛି ଭାରତ ଯେଉଁଠି କରୋନା ମହାମାରୀ ତାଣ୍ଡବ ଚଳାଇଛି।

ତେବେ ଆଶ୍ୱାସନାର ବିଷୟ ହେଲା ଯେ ମାମଲା-ମରଣ ହାର ବା କେସ୍ ଫାଟାଲିଟି ରେସିଓ(ସିଏଫ୍‌ଆର୍) ମାତ୍ର ୧.୯ ପ୍ରତିଶତ ରହିଛି। ବିଶ୍ୱର ହାରାହାରି ସିଏଫ୍‌ଆର୍ ହେଉଛି ୩.୫ ପ୍ରତିଶତ। ଏହାର ଅର୍ଥ ଭାରତ ଅନ୍ୟ ଦେଶ ତୁଳନାରେ ମୃତ୍ୟୁସଂଖ୍ୟାକୁ ନିୟନ୍ତ୍ରଣ କରିପାରିଛି।

କେସ୍ ହିସାବରେ ଭାରତ ଏବେ ଆମେରିକା ଓ ବ୍ରାଜିଲ ତଳେ ରହିଛି। ସେହି ଦୁଇ ଦେଶରେ ନୂଆ ମାମଲା ବେଶୀ ଓ ସେହି ଅନୁସାରେ ମୃତ୍ୟୁସଂଖ୍ୟା ବି ଅଧିକ। ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨୬ ଲକ୍ଷ।BGUଯଦିଓ ଭାରତରେ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣରେ ରହିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ପ୍ରତିଦିନ ନୂଆ ନୂଆ ସଂକ୍ରମଣ ମାମଲା ଆସୁଥିବାରୁ ଏଥିରେ ଖୁସି ହେବାର କୌଣସି କାରଣ ନାହିଁ। ଉଲ୍ଲେଖ କରାଯାଇପାରେ ଯେ କେବଳ ଅଗଷ୍ଟ ୭ରୁ ୧୪ ଏହି ସାତ ଦିନ ମଧ୍ୟରେ କରୋନା ଭାରତରେ ଦୈନିକ ପ୍ରାୟ ଏକ ହଜାର ଲୋକଙ୍କ ଜୀବନ ନେଇଛି।

Comment