ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କବଳିତ କରିଛି କରୋନା। ବିଜେଡି ବିଧାୟକ ତଥା ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।

ମନ୍ତ୍ରୀ ସୁଶାନ୍ତ ସିଂହ ଏନେଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ଥିବା ସେ କହିଛନ୍ତି। ଗତ କିଛି ଦିନ ମଧ୍ୟରେ ଯେଉଁ ଲୋକମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜକୁ ଆଇସୋଲେସନରେ ରଖିବାକୁ ମନ୍ତ୍ରୀ କହିଛନ୍ତି।BGU

ଏହାପୂର୍ବରୁ ମଧ୍ୟ ରାଜ୍ୟର ଅନେକ ବିଧାୟକ କରୋନା ପଜିଟିଭ୍ ହୋଇଛନ୍ତି। ଏହି ଲିଷ୍ଟରେ ଏବେ ମନ୍ତ୍ରୀ ସୁଶାନ୍ତ ସିଂହ ମଧ୍ୟ ସାମିଲ ହୋଇଛନ୍ତି। ଗତ ଅଗଷ୍ଟ ୧୫ ତାରିଖରେ ମନ୍ତ୍ରୀ ସୁଶାନ୍ତ ସିଂହ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ଉତ୍ସବରେ ମଧ୍ୟ ମୁଖ୍ୟ ଅତିଥି ହୋଇଥିଲେ।

Comment