ଓଡିଶାଲାଇଭ୍ କରୋନା ବ୍ୟୁରୋ
ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୩୭୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ଗଞ୍ଜାମରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୪୨,୫୦,୫୮ ଓ ୭୩ ବର୍ଷ ବୋଲି ସୂଚନା ମିଳିଛି। ଆଜିର ମୃତକଙ୍କୁ ମିଶାଇ ଗଞ୍ଜାମରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୬୨କୁ ବୃଦ୍ଧି ପାଇଛି।
ସେହିପରି ସୁନ୍ଦରଗଡ଼ର ଜଣେ ୫୫ ବର୍ଷୀୟ ପୁରୁଷ ଏବଂ ଜଣେ ୫୫ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି। ଏଥିସହ ବରଗଡ଼ର ଜଣେ ୪୬ ବର୍ଷୀୟ ପୁରୁଷ, ଭଦ୍ରକର ଜଣେ ୩୦ ବର୍ଷୀୟ ମହିଳା, ଭୁବନେଶ୍ଵରର ୩୨ ଓ ୮୦ ବର୍ଷୀୟ ପୁରୁଷ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।













