ଓଡିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୨,୫୮୯ ପଜିଟିଭ୍
- କ୍ଵାରେଣ୍ଟାଇନ୍ରୁ ୧,୫୭୪ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୧,୦୧୫ ଜଣ ଆକ୍ରାନ୍ତ ଚିହ୍ନଟ
- ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨କୁ ବୃଦ୍ଧି
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ଆଉ ୨,୫୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍ରୁ ୧,୫୭୪ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୧,୦୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୪୨ ଜଣ, ପୁରୀରୁ ୨୩୫ ଜଣ, କଟକରୁ ୨୨୨ ଜଣ, ରାୟଗଡ଼ାରୁ ୨୧୧ ଜଣ, ସୁନ୍ଦରଗଡ଼ରୁ ୧୫୫ ଜଣ, ବାଲେଶ୍ଵରରୁ ୧୫୦ ଜଣ, ମୟୂରଭଞ୍ଜରୁ ୧୧୭ ଜଣ, ଯାଜପୁରରୁ ୯୫ ଜଣ, କୋରାପୁଟରୁ ୯୨ ଜଣ, ମାଲକାନଗିରିରୁ ୭୩ ଜଣ, ବରଗଡ଼ରୁ ୬୭ ଜଣ, ସମ୍ବଲପୁରରୁ ୬୬ ଜଣ, ଅନୁଗୁଳରୁ ୨୦ ଜଣ, ଭଦ୍ରକରୁ ୪୭ ଜଣ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୧୬ ଜଣ, ଢେଙ୍କାନାଳରୁ ୨୫ ଜଣ, ଗଜପତିରୁ ୩୬ ଜଣ, ଜଗତସିଂହପୁରରୁ ୨୧ ଜଣ, ଝାରସୁଗୁଡ଼ାରୁ ୧୮ ଜଣ, କଳାହାଣ୍ଡିରୁ ୪୨ ଜଣ, କନ୍ଧମାଳରୁ ୩୦ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୫୩ ଜଣ, ନବରଙ୍ଗପୁରରୁ ୩୬ ଜଣ, ନୟାଗଡ଼ରୁ ୧୧ ଜଣ, ନୂଆପଡ଼ାରୁ ୬ ଜଣ ଏବଂ ସୋନପୁରରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୫,୩୧୪ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୩୮୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।













