ଓଡିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ବୁଧବାର ଆଉ ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୭ରେ ପହଞ୍ଚିଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୫୯୭ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ ୪୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ୧୭୨ ଜଣ ଚିକିତ୍ସାଧୀନ ଅଛନ୍ତି।
ଗତକାଲି ନବରଙ୍ଗପୁର ପୌରପାଳିକାର ପୋଲିସ ଲାଇନ୍ରୁ ଜଣେ, ବଡ଼ ହରିଜନ ସ।ହିରୁ ଜଣେ, ଭଗବତୀ ସାହିରୁ ୨ ଜଣ, ଇଚ୍ଛାବତୀଗୁଡ଼ାରୁ ୩ ଜଣ, ସେନାପତି ସାହିରୁ ଜଣେ, ପୌରପାଳିକା ନିକଟରୁ ଜଣେ, ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ହୀରଲୀରୁ ୨ ଜଣ, ଚିକିଲିରୁ ୮ ଜଣ, ଉମରକୋଟ ପୌରପାଳିକାର ଜେନ।ସ।ହି, ଏକ୍ସିସ ବ୍ୟାଙ୍କ୍ ଓ ଟିଚର କୋଲେନିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି କୁସୁମଗୁଡ଼ାରୁ ୨ ଜଣ, ଉମରକୋଟ ବ୍ଲକ ଅନ୍ତର୍ଗତ କୋରା ଗାଁ ଡିଏନକେରୁ ଜଣ , କୋରା ଗାଁରୁ ୨ଜଣ, ନନ୍ଦ।ହାଣ୍ଡି ବ୍ଲକ ସୋରୁଗୁଡ଼ାରୁ ଜଣେ, ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡ଼ା ଓ ପୂଜାରୀଗୁଡ଼ାରୁ ଜଣେ ଲେଖାଏଁ, ଚନ୍ଦ।ହାଣ୍ଡି ବ୍ଲକ ଧଡ଼ିପାଣିର ୪ ଜଣ, କୋଷ।ଗୁମୁଡ଼ା ବ୍ଲକର କୋଡିଙ୍ଗ।ରୁ ଜଣେ ଏବଂ ପାପଡ଼ାହାଣ୍ଡି ବ୍ଲକ ଦଳେଇରୁ ଜଣେ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟ ସଂଖ୍ୟା ବୃଦ୍ଧି ପାଉଛି। ଗତ ମଙ୍ଗଳବାର ଜିଲ୍ଲାରେ ୨୨୮୨ଟି ସ୍ଵାବ୍ ପରୀକ୍ଷା କରାଯାଇଛି। ତେଣୁ ସେହି ଅନୁସାରେ ପଜିଟିଭ୍ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା ଜିଲ୍ଲାପାଳ ଡକ୍ଟର ମିଶ୍ର କହିଛନ୍ତି। କୋଭିଡ୍୧୯କୁ ଦୃଷ୍ଟିରେ ରଖି ଚଳିତବର୍ଷ ସାର୍ବଜନୀନ ଜାଗାଗୁଡ଼ିକରେ ଗଣେଶ ପୂଜା ପାଳନ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।
ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତ ଜିଲ୍ଲାବାସୀ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିବା ସହ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।














