ଓଡିଶାଲାଇଭ୍ ବ୍ୟୁରୋ

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଶ୍ରୀ ଗଣେଶଙ୍କ ପାଇଁ ଦେଶ ବିଦେଶରେ ବିଭିନ୍ନ ପ୍ରକାର ଭୋଗ ପ୍ରସ୍ତୁତ କରାଯାଏ। ସେହିପରି ଓଡ଼ିଶାରେ ମଧ୍ୟ ଗଜାନନଙ୍କୁ ସ୍ୱତନ୍ତ୍ର ଭୋଗ ଲାଗି ହୁଏ। ଜାଣନ୍ତୁ ଓଡ଼ିଆ ପରମ୍ପରାରେ ଗଣେଶଙ୍କ ପାଖରେ କେଉଁ ଭୋଗ କରାଯାଏ।

ଲଡ଼ୁ

ଗଜାନନଙ୍କ ପ୍ରିୟ ଭୋଗ ହେଉଛି ଲଡ଼ୁ। ତାଙ୍କୁ ଏଥିପାଇଁ ଲଡ଼ୁ ପ୍ରିୟ ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆମାନେ ଲଡ଼ୁ ଭୋଗକରି ଗଣେଶଙ୍କୁ ପୂଜା କରିଥା’ନ୍ତି। ସ୍କୁଲର ଛୋଟ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସହରର ବଡ଼ ବଡ଼ ଲୋକମାନେ ଲଡ଼ୁ ପୂଜା କରି ଭଗବାନ ଗଣେଶକୁ ସୁମରଣା କରନ୍ତି।ଚୂଡ଼ା ଘସା

ଓଡ଼ିଶାର ଗାଁ ଗହଳିରେ ଗଣେଶଙ୍କ ପାଖରେ ପୂଜା ପାଏ ଚୂଡ଼ା ଘସା ଭୋଗ। ଚୂଡ଼ାକୁ ଗୁଣ୍ଡକରି ଏଥିରେ ଅନ୍ୟ ସବୁ ବ୍ୟଞ୍ଜନ ମିଶାଇ ପ୍ରସ୍ତୁତ କରାଯାଏ ଚୂଡ଼ା ଘସା। ଏହାପରେ ତାକୁ ଠାକୁରଙ୍କ ପାଖରେ ଭୋଗଲାଗି କରି ପୂଜା କରାଯାଇଥାଏ। ସାଧାରଣ ଓଡ଼ିଆ ପରିବାରରେ ଏହା ଏକ ସାଧାରଣ ଭୋଗ ଭାବରେ ପରିଚିତ।ସେଓ ବୁନ୍ଦି

ଓଡ଼ିଆ ପରିବାରର ଘରେ ଘରେ ଠାକୁରଙ୍କ ପାଖରେ ପୂଜା ହୋଇଥାଏ ସେଓ ବୁନ୍ଦି। ଯେକୌଣସି ପ୍ରକାର ମାଙ୍ଗଳିକ କାମରେ ଭୋଗ ଆକାରରେ ଠାକୁରଙ୍କ ପାଖରେ ସ୍ଥାନ ପାଏ ସେଓବୁନ୍ଦି। ଗଣେଶଙ୍କ ଆରାଧନା ହେଉଥୁବା ବିଭିନ୍ନ ପୂଜା କମିଟିରେ ସେଓବୁନ୍ଦି ଭୋଗ କରାଯାଇ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଇଥାଏ। ଏହା ଏକ ଓଡ଼ିଆ ପୂଜାଭୋଗ ଭାବରେ ପରିଚିତ।BGUନଡ଼ିଆ କଦଳୀ

ସାଧାରଣତଃ ସମସ୍ତ ପୂଜାରେ ଠାକୁରଙ୍କ ପାଖରେ ଲାଗି ହୋଇଥାଏ ନଡ଼ିଆ ଓ କଦଳୀ। ନଡ଼ିଆକୁ ସାଧାରଣତଃ ସବୁ ପୂଜାରେ ଆଗରେ ରଖାଯାଇଥାଏ। ଏହି ନଡ଼ିଆ ସହ ଭୋଗଥାଳିରେ ସ୍ଥାନ ପାଏ କଦଳୀ।

LEAVE A REPLY

Please enter your comment!
Please enter your name here