ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵବାସୀଙ୍କ ପାଇଁ ଖୁସି ଖବର ଆଣିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)। ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଶ୍ଵରୁ ମୂଳପୋଛ ହୋଇଯିବ କରୋନା ଭୂତାଣୁ। ଏପରି କହିଛନ୍ତି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଅଧାନମ ଗବ୍ରିୟେସ୍।

କରୋନା ମହାମାରୀ ବର୍ତ୍ତମାନ ସମୟରେ ସାରା ବିଶ୍ଵକୁ କବଳିତ କରୁଛି। ଭାରତରେ ମଧ୍ୟ ସଂକ୍ରମଣ ହାର ଶୀର୍ଷକୁ ଛୁଇଁଲାଣି। ତେବେ କେବେ ବିଶ୍ଵରୁ ହଟିବ ଏ ମହାମାରୀ? କଣ ଟିକା ଆସିବାପରେ ଏହି ଭୂତାଣୁ କବଳରୁ ସମସ୍ତେ ମୁକ୍ତି ପାଇବେ କି? ଏପରି ଅନେକ ପ୍ରଶ୍ନର ଜବାବ ଡବ୍ଲୁଏଚ୍‌ଓ ପକ୍ଷରୁ ରଖାଯାଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଅଧାନମ ଗବ୍ରିୟେସ୍ କହିଛନ୍ତି ଯେ, ସ୍ପାନିଶ୍ ଫ୍ଲୁ ପରି କରୋନା ଭୂତାଣୁ ବେଶିଦିନ ବିଶ୍ଵରେ ରହିବ ନାହିଁ। ପ୍ରାୟ ୨ ବର୍ଷ ମଧ୍ୟରେ ଏହା ଶେଷ ହୋଇଯିବ।BGU

ବର୍ତ୍ତମାନର କରୋନା ଭୂତାଣୁ ପରି ୧୯୧୮ ମସିହାରେ ସ୍ପାନିଶ୍ ଫ୍ଲୁ ସାରା ବିଶ୍ଵରେ କାୟା ବିସ୍ତାର କରିଥିଲା। ଏହା ବିଶ୍ଵରୁ ମୂଳପୋଛ ହେବାକୁ ପ୍ରାୟ ଦୁଇବର୍ଷ ସମୟ ଲାଗିଥିଲା। ସେହିପରି କରୋନା ମଧ୍ୟ ଶେଷ ହୋଇଯିବ। ତେବେ ଏହି ଖବର ପ୍ରସାର ପରେ ବିଶ୍ଵବାସୀଙ୍କ ମନରେ କରୋନାରୁ ମୁକ୍ତି ପାଇବାର ଆଶା ସଞ୍ଚାର ହୋଇଛି।

Comment