ଓଡ଼ିଶାଲାଇଭ୍‌ ବ୍ୟୁରୋCORONA POSITIVE

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ଅତିକ୍ରମ କରିଛି। ଗତ ୨୪  ଘଣ୍ଟା ମଧ୍ୟରେ ୬୧ ହଜାର ୪୦୮ ନୂଆ ମାମଲା ଆସିଥିଲା ବେଳେ ୮୩୬ ଜଣଙ୍କର ଜୀବନ ନେଇଛି କରୋନା।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୩୧ ଲକ୍ଷ ୬ ହଜାର ୩୪୮ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୫୭,୫୪୨ ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ମାମଲା ସଂଖ୍ୟା ୭ ଲକ୍ଷ ୧୦ ହଜାରକୁ ବୃଦ୍ଧି ପାଇଛି ଏବଂ ୨୩  ଲକ୍ଷ ୩୮ ହଜାର ଲୋକ ସୁସ୍ଥ ହୋଇଛନ୍ତି। ତେବେ ଭାରତରେ ଗତ କିଛି ଦିନ ହେବ ମୃତ୍ୟୁହାର କମ ହୋଇଛି।BGU

ସେହିପରି ସକ୍ରିୟ ମାମଲାରେ ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଆଗରେ ରହିଛି। ମହାରାଷ୍ଟ୍ରର ୧.୫ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି। ଏହା ପରେ ଦ୍ୱିତୀୟ ସ୍ଥାନରେ ତାମିଲନାଡୁ, ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି। ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି।

Comment