ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨୩ ତାରିଖରେ ରିଲିଜ୍ ହେବାକୁ ଯାଉଛି ଆମାଜନ ପ୍ରାଇମର ବହୁ ପ୍ରଚଳିତ ଓ୍ଵେବ୍‌ସିରିଜ୍‌ ମିର୍‌ଜାପୁରର ଦିତ୍ଵୀୟ ଭାଗ ‘ମିର୍‌ଜାପୁର-୨’। ଆମାଜନ ପ୍ରାଇମର ୟୁ-ଟ୍ୟୁବ ଚାନେଲ୍‌ରେ ଏ ନେଇ ଏକ ୫୬ ସେକେଣ୍ଡର ଭିଡ଼ିଓ ସହ ରିଲିଜ୍ ନେଇ ତାରିଖ ଘୋଷଣା କରାଯାଇଛି। ପ୍ରଯୋଜକ ରିତେଶ୍ ସିଦ୍ଦଓ୍ଵାନି ମଧ୍ୟ ରିଲିଜ୍ ତାରିଖ ଘୋଷଣା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।

‘ମିର୍‌ଜାପୁର-୨’ରେ ନୂଆ ଚରିତ୍ର ଭାବେ ଅଭିନେତା ବିଜୟ ବର୍ମା, ପ୍ରିୟାନ୍‌ସୀ ପେନ୍‌ୟୁଲି ଏବଂ ଈଶା ତଲ୍‌ଓ୍ଵାର ଆଦି ନଜର ଆସିବେ। ଏଥିସହ ‘ମିର୍‌ଜାପୁର-୨’ ହିନ୍ଦୀ ଭାଷା ସହ ତେଲୁଗୁ ଏବଂ ତାମିଲ ଭାଷାରେ ମଧ୍ୟ ରିଲିଜ୍ ହେବ।BGU

୨୦୧୮ ମସିହାରେ ଆମାଜନ ପ୍ରାଇମ ମାଧ୍ୟମରେ ପରଦାକୁ ଆସିଥିଲା ‘ମିର୍‌ଜାପୁର’। ଉତ୍ତର ଭାରତର କଳା ଦୁନିଆକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଓ୍ଵେବ୍ ସିରିଜ୍‌ରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ଅଭିନେତା ପଙ୍କଜ ତ୍ରିପାଠୀ, ଅଲି ଫୈଜଲ, ଦିଭ୍ୟେନ୍ଦୁ, ଶ୍ୱେତା ତ୍ରିପାଠୀ ଶର୍ମା, ରସିକା ଦୁଗାଲ, ହର୍ଷିତା ଶେଖର ଗୌର, ଅମିତ ସିଆଲ, ଅଞ୍ଜୁମ ଶର୍ମା, ଶିବା ଚଡ୍ଡା, ମନୁ ରିଷି ଚଡ୍ଡା ଏବଂ ରାଜେଶ ତୈଲାଙ୍ଗ ପ୍ରମୂଖ।ଗୁଣ୍ଡାଗର୍ଦ୍ଦି, ହତ୍ୟା, ନିଶାକାରବାର, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ଡ୍ରାମାକୁ ନେଇ ଅଭିନୟ ଆଧାରରେ ପ୍ରସ୍ତୁତ ଏହି ସିରିଜ୍‌ଟି ଦର୍ଶକମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା। ଖାସ୍‌କରି କାଲିନ୍ ଭୈୟା, ମୁନ୍ନା ଭୈୟା, ଗୁଡ୍ଡୁ ଏବଂ ବବ୍‌ଲୁ ଆଦି ଚରିତ୍ର ଦର୍ଶକମାନଙ୍କ ମନ ଜିତିପାରିଥିଲା। ସିରିଜ୍‌ର ସିକ୍ୟୁଏଲ୍‌କୁ ପ୍ରଶଂସକମାନେ ଅପେକ୍ଷା କରି ରହିଥିବା ବେଳେ ସେମାନଙ୍କ ପାଇଁ ଖୁସି ଖବର ଆଣିଛି ଆମାଜନ ପ୍ରାଇମ। ଆସନ୍ତା ୨୩ ଅକ୍ଟୋବରରେ ‘ମିର୍‌ଜାପୁର-୨’ ରିଲିଜ୍ ନେଇ ତାରିଖ ଘୋଷଣା କରିଛି। ତାରିଖ ଘୋଷଣା ପରେ ଏହି ଖବର ଟୁଇଟରରେ ଟ୍ରେଣ୍ଡିଂ ପାଲଟିଯାଇଛି।

Comment