ଓଡ଼ିଶାଲାଇଭ୍ ବ୍ୟୁରୋaditya 2

ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଭୁବନେଶ୍ଵର ଫରେନ୍‌ସିକ୍ ଲ୍ୟାବ୍‌ରେ ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଥିବା ସୂଚନା ମିଳିଛି।

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଆଜି ବିଦ୍ୟାଶ୍ରୀଙ୍କୁ ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ପ୍ରଶ୍ନ ପଚରାଯିବ। ଏଥିପାଇଁ ସ୍ଵତନ୍ତ୍ର ଭାବେ ପ୍ରଶ୍ନାବଳୀ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ସୁଇସାଇଡାଲ ନୋଟ କିଏ ଲେଖିଥିଲା, ମୃତ୍ୟୁ ପୂର୍ବରୁ ଆଦିତ୍ୟଙ୍କ ମାନସିକ ଅବସ୍ଥା କିପରି ଥିଲା, କ’ଣ ପାଇଁ ସେ ଚିନ୍ତିତ ରହୁଥିଲେ, ମୃତ୍ୟୁର ଏକ ସପ୍ତାହ ପୂର୍ବରୁ ଆଦିତ୍ୟଙ୍କ ବ୍ୟବହାର କିପରି ଥିଲା, ମୃତ୍ୟୁଦିନ ସନ୍ଧ୍ୟାରେ ସ୍ଵାମୀ ସ୍ତ୍ରୀଙ୍କ ଭିତରେ କାହିଁକି ଝଗଡ଼ା ହୋଇଥିଲା ସେ ବିଷୟରେ ବିଦ୍ୟାଶ୍ରୀଙ୍କୁ ପ୍ରଶ୍ନ କରାଯିବ।

ଲାଇ ଡିଟେକ୍ସନରୁ ମିଳୁଥିବା ତଥ୍ୟକୁ କୋର୍ଟ ପ୍ରମାଣ ଭାବେ ଗ୍ରହଣ କରୁନଥିଲେ ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଆଉ କିଛି ଦିନ ପରେ ଆଦିତ୍ୟଙ୍କ ବନ୍ଧୁ ପପୁ, ବିକାଶ ଓ ପ୍ରୀତମଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।BGUତଦନ୍ତ ବେଳେ ଆଦିତ୍ୟଙ୍କ ପତ୍ନୀ ଏବଂ ବନ୍ଧୁମାନଙ୍କ ବୟାନରେ ତାଳମେଳ ରହୁନଥିବାରୁ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ ରାଜ୍ୟ ଫରେନ୍‌ସିକ୍ ଲ୍ୟାବ୍‌କୁ ଅନୁମତି ମାଗିଥିଲା। ଫରେନ୍‌ସିକ୍ ଲ୍ୟାବ୍ ଅନୁମତି ଦେବା ପରେ ଆଜି ବିଦ୍ୟାଶ୍ରୀଙ୍କଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଖୁବ ଶୀଘ୍ର ସତ ଜଣାପଡ଼ିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here