ଓଡ଼ିଶାଲାଇଭ୍ ବ୍ୟୁରୋCORONA POSITIVE

  • ଦିନକରେ ସର୍ବାଧିକ ୭୭,୨୬୬ ଆକ୍ରାନ୍ତ, ୧,୦୫୭ ମୃତ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୮୭,୫୦୧କୁ ବୃଦ୍ଧି
  • ମୋଟ କରୋନା ମୃତ୍ୟୁସଂଖ୍ୟା ୬୧,୫୨୯କୁ ବୃଦ୍ଧି

ଦେଶରେ ବେଲଗାମ ହେଉଛି କରୋନା ସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୭ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଆଜି ସର୍ବାଧିକ ୭୭,୨୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୮୭,୫୦୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୫,୮୩,୯୪୮ ଜଣ ସୁସ୍ଥ ହୋଇଥିବା ବେଳେ ୭,୪୨,୦୨୩ଟି ଆକ୍ଟିଭ୍ କେସ୍ ରହିଛି।BGUସେହିପରି ଆଜି ୧,୦୫୭ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୧,୫୨୯କୁ ବୃଦ୍ଧି ପାଇଛି।

Comment