ଓଡ଼ିଶାଲାଇଭ୍ ବ୍ୟୁରୋCoronavirus blood test

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ସାଙ୍ଘାତିକ ହେଲାଣି କରୋନା ସଂକ୍ରମଣ। ଆଜି ଜିଲ୍ଲାରେ ସର୍ବାଧିକ ୪୯୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି। ଏନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୭୬ ଜଣ ପୁରୁଷ ରହିଥିବା ବେଳେ ୧୧୯ ଜଣ ମହିଳା ଅଛନ୍ତି। ସେଥିମଧ୍ୟରେ ୧୦ ଜଣ କରୋନା ଯୋଦ୍ଧା ରହିଥିବା ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ସେହିପରି ୪୯୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡ଼ା ସହରରୁ ସର୍ବାଧିକ ୧୯୧ ଜଣ, ଗ୍ରାମାଞ୍ଚଳରୁ ୭ ଜଣ, ଗୁଣୁପୁର ସହରରୁ ୬୨ଜଣ, ଗୁଣୁପୁର ଗ୍ରାମାଞ୍ଚଳରୁ ୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ କାଶୀପୁର ବ୍ଲକରୁ ୧୮ ଜଣ, ବିଷମକଟକ ବ୍ଲକରୁ ୮୫ ଜଣ, ଗୁଡ଼ାରୀରୁ ୩୦ ଜଣ, ମୁନିଗୁଡ଼ା ବ୍ଲକରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସମସ୍ତ ୪୯୫ ଜଣ ଆକ୍ରାନ୍ତ ହୋମ୍ କ୍ଵରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।BGUବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୧୫ରେ ପହଞ୍ଚିଛି। ସେଥିମଧ୍ୟରୁ ୨,୨୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୯୧୬ ଜଣ ବିଭିନ୍ନ କୋଭିଡ୍ ଯତ୍ନ କେନ୍ଦ୍ର ଓ ଘରୋଇ ସଙ୍ଗରୋଧରେ ଚିକିତ୍ସିତ ହେଉଛନ୍ତି। ସେହିପରି କରୋନାରେ ୨୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ତେବେ ଜିଲ୍ଲାରେ ଟେଷ୍ଟ ସଂଖ୍ୟା ବଢ଼ିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଣୁ ଭୟଭୀତ ନହୋଇ ସହଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି।

Comment