ଓଡ଼ିଶାଲାଇଭ୍ ବ୍ୟୁରୋ
- ଆଜି ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ
- ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪୭୦କୁ ବୃଦ୍ଧି
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ନୂଆ ରେକର୍ଡ କରିଛି। ଆଜି ସର୍ବାଧିକ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୪୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ବାଲେଶ୍ଵରର ଜଣେ ୫୦ ବର୍ଷୀୟ ପୁରୁଷ ଓ ଜଣେ ୪୮ ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି ଖୋର୍ଦ୍ଧାର ଜଣେ ୪୫ ବର୍ଷୀୟ ପୁରୁଷ ଓ ୭୭ ବର୍ଷୀୟ ମହିଳା କରୋନାରେ ପ୍ରାଣ ହରାଇଛନ୍ତି।
ଏଥିସହ କଟକର ଜଣେ ୫୫ ବର୍ଷୀୟ ପୁରୁଷ ଓ ୫୮ ବର୍ଷୀୟ ମହିଳା, ଜଗତସିଂହପୁରର ୫୬ ଓ ୩୦ ବର୍ଷୀୟ ଦୁଇ ଜଣ ପୁରୁଷ, ମାଲକାନଗିରିର ୫୫ ବର୍ଷୀୟ ଦୁଇ ଜଣ ପୁରୁଷ, ସୁନ୍ଦରଗଡ଼ର ୭୨ ବର୍ଷୀୟ ଜଣେ ପୁରୁଷ, ପୁରୀର ୭୧ ବର୍ଷୀୟ ଜଣେ ପୁରୁଷ, ଯାଜପୁରର ୫୮ ବର୍ଷୀୟ ଜଣେ ପୁରୁଷ ଏବଂ ବରଗଡ଼ର ଜଣେ ୭୭ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ମୃତକମାନେ କରୋନା ପଜିଟିଭ୍ ଥିବା ସହିତ ଡାଇବେଟିସ୍, ହାଇପରଟେନସନ୍ ଆଦି ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୪୭୦କୁ ବୃଦ୍ଧି ପାଇଛି।













