ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୩,୦୧୪ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୧,୮୬୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୧୪୬ ଜଣ ଚିହ୍ନଟ
  • ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୪ ପଜିଟିଭ୍
  • ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪କୁ ବୃଦ୍ଧି

ରାଜ୍ୟର ୨୯ଟି ଜିଲ୍ଲାରୁ ଆଜି ପୁଣି ୩,୦୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧,୮୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୧,୧୪୬ଟି ଲୋକାଲ୍ କେସ୍ ରହିଛି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର୍ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୩୭ ଜଣ, ମୟୂରଭଞ୍ଜରୁ ୨୯୨ ଜଣ, ଗଞ୍ଜାମରୁ ୨୧୬ ଜଣ, ବାଲେଶ୍ଵରରୁ ୧୩୮ ଜଣ, ବରଗଡ଼ରୁ ୧୨୪ ଜଣ, କୋରାପୁଟରୁ ୧୨୦ ଜଣ, ରାୟଗଡ଼ାରୁ ୧୦୪ ଜଣ, ସମ୍ବଲପୁରରୁ ୧୦୨ ଜଣ ଏବଂ ସୁନ୍ଦରଗଡ଼ରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ କେନ୍ଦୁଝର, କନ୍ଧମାଳ, ଜଗତସିଂହପୁର ଆଦି ଜିଲ୍ଲାରୁ ମଧ୍ୟ କରୋନା ପଜିଟିଭ୍ ରହିଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୦,୭୧୪ ଜଣ ସୁସ୍ଥ ହୋଇଥିବା ବେଳେ ୨୯,୬୮୫ ଜଣ ଚିକିତ୍ସାଧୀନ ଅଛନ୍ତି।BGU

Comment