ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ୧୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୪୮୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ଗଞ୍ଜାମରେ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରେ ତିନି ଜଣ ପୁରୁଷ ଅଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୩୦,୩୫ ଓ ୫୦ ବର୍ଷ ବୋଲି ସୂଚନା ମିଳିଛି। ଏଥିସହ ଜଣେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି।
ସେହିପରି ସୁନ୍ଦରଗଡ଼ର ଜଣେ ୫୯ ବର୍ଷୀୟ ମହିଳା, ନବରଙ୍ଗପୁରର ୬୨ ବର୍ଷୀୟ ଜଣେ ପୁରୁଷ, ରାୟଗଡ଼ାର ଜଣେ ୭୦ ବର୍ଷୀୟ ପୁରୁଷ, ଯାଜପୁରର ଜଣେ ୬୨ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଛି।
ଏଥିସହ ମାଲକାନଗିରିର ୫୯ ବର୍ଷୀୟ ଜଣେ ପୁରୁଷ , କଟକର ୬୩ ବର୍ଷୀୟ ଜଣେ ପୁରୁଷ, ଖୋର୍ଦ୍ଧାର ଜଣେ ୫୩ ବର୍ଷୀୟ ପୁରୁଷ ଓ ପୁରୀର ଜଣେ ୪୮ ବର୍ଷୀୟ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ମୃତକମାନେ କରୋନା ପଜିଟିଭ୍ ହେବା ସହ ଡାଇବେଟିସ, ହାଇପର୍ଟେନ୍ସନ୍ ଆଦି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।














