ଓଡ଼ିଶାଲାଇଭ୍ ବ୍ୟୁରୋ
- ଦିନକରେ ୭୮,୭୬୧ ଆକ୍ରାନ୍ତ, ୯୪୮ ମୃତ
- ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୪୨,୭୩୪କୁ ବୃଦ୍ଧି
- ମୋଟ କରୋନା ମୃତ୍ୟୁସଂଖ୍ୟା ୬୩,୪୯୮କୁ ବୃଦ୍ଧି
ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୮,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ, ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୪୨,୭୩୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୭,୧୩,୯୩୩ ଜଣ ସୁସ୍ଥ ହୋଇଥିବା ବେଳେ ୭,୬୫,୩୦୨ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।
ଅନ୍ୟପଟେ ଆଜି ଆଉ ୯୪୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୩,୪୯୮କୁ ବୃଦ୍ଧି ପାଇଛି।













