ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଜି ରାଜ୍ୟରେ ପୁଣି ୧୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୪୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଆଜି କନ୍ଧମାଳରୁ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୪୨,୪୩ ଓ ୫୮ ବର୍ଷ ବୋଲି ସୂଚନା ମିଳିଛି।
ସେହିପରି ଖୋର୍ଦ୍ଧାର ଜଣେ ୫୬ ବର୍ଷୀୟ ପୁରୁଷ ଓ ୬୦ ବର୍ଷୀୟ ଦୁଇ ଜଣ ମହିଳାଙ୍କକ ମୃତ୍ୟୁ ହୋଇଛି। ଏଥିସହ ଗଞ୍ଜାମର ଜଣେ ୪୮ ବର୍ଷୀୟ ପୁରୁଷ, ନୟାଗଡ଼ର ଜଣେ ୭୩ ବର୍ଷୀୟ ପୁରୁଷ, ରାୟଗଡ଼ାର ଜଣେ ୫୪ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡ଼ର ଜଣେ ୭୧ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି।
ମୃତକମାନେ କରୋନା ପଜିଟିଭ୍ ହେବା ସହିତ ଡାଇବେଟିସ୍, ହାଇପରଟେନ୍ସନ୍, ହେପାଟାଇଟିସ୍ ଆଦି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।













