ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୭୮,୫୧୨ ଆକ୍ରାନ୍ତ, ୯୭୧ ମୃତ
- ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୧,୨୪୬କୁ ବୃଦ୍ଧି
- ମୋଟ କରୋନା ମୃତ୍ୟୁସଂଖ୍ୟା ୬୪,୪୬୯କୁ ବୃଦ୍ଧି
ଦେଶରେ କରୋନା ସଂକ୍ରମଣ ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୭୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୪ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ସୂଚନା ଅନୁଯାୟୀ ଆଜି ୭୮,୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୧,୨୪୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୭,୭୪,୮୦୧ ଜଣ ସୁସ୍ଥ ହୋଇଥିବା ବେଳେ ୭,୮୧,୯୭୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଆଜିର ମୃତକଙ୍କୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୬୪,୪୬୯କୁ ବୃଦ୍ଧି ପାଇଛି।













