ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର। ଯେଉଁଥିରେ ରାତ୍ରୀକାଳୀନ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ସହରରେ ହେଉଥିବା ସପ୍ତାହନ୍ତ ସଟଡାଉନକୁ ମଧ୍ୟ ବାଦ୍ ଦିଆଯାଇଛି।

ପୂର୍ବରୁ ରାଜ୍ୟ ସରକାର ରାତି ୯ଟା ପର୍ଯ୍ୟନ୍ତ ଚଳାଚଳ ପାଇଁ ଅନୁମତି ଦେଇଥିଲେ। ଯାହାକୁ ଏବେ ହଟାଇ ଦିଆଯାଇଛି। ଏବେ ଲୋକମାନେ ବିନା କୌଣସି ଅସୁବିଧାରେ ଯାତାୟାତ କରିପାରିବେ। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେଉଁ ସପ୍ତାହନ୍ତ ସଟଡାଉନ୍ ହେଉଥିଲା ତାହା ଆଉ ହେବ ନାହିଁ। ଏହାକୁ ମଧ୍ୟ ସେପ୍ଟେମ୍ବର ମାସକୁ ଉଚ୍ଛେଦ କରିଦିଆଯାଇଛି।BGUକେବଳ କଣ୍ଟେନମେଣ୍ଟ ଜୋନରେ କଟକଣା ରହିବ। ସ୍ଥାନୀୟ ପ୍ରଶାସନମାନେ ହିଁ ଏହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବେ। କେନ୍ଦ୍ର ସରକାରଙ୍କ ଅନୁମତି ବିନା କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାର ସଟଡାଉନ୍ ଓ ଲକଡାଉନ୍ ଘୋଷଣା ହୋଇପାରିବ ନାହିଁ ବୋଲି କୁହାଯାଇଛି।

ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ମାସ ଗାଇଡଲାଇନ୍ – ଜାଣନ୍ତୁ, କ’ଣ ହେଲା କୋହଳ?

Comment