ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୬୯,୯୨୧ ଆକ୍ରାନ୍ତ, ୮୧୯ ମୃତ
- ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୯୧,୧୬୭କୁ ବୃଦ୍ଧି
- ମୋଟ କରୋନା ମୃତ୍ୟୁସଂଖ୍ୟା ୬୫,୨୮୮କୁ ବୃଦ୍ଧି
ଦେଶରେ କରୋନା ମୃତ୍ୟୁସଂଖ୍ୟା କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୧୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହ ଦେଶରେ ୬୫ ହଜାର ପାର୍ କରିଛି ମୋଟ କରୋନାଜନିତ ମ଼ୃତ୍ୟୁସଂଖ୍ୟା। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁସାରେ ଆଜି ଗୋଟିଏ ଦିନରେ ୬୯,୯୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୯୧,୧୬୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୮,୩୯,୮୮୨ ଜଣ ସୁସ୍ଥ ହୋଇଥିବା ବେଳେ ୭,୮୫,୯୯୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୫,୨୮୮କୁ ବୃଦ୍ଧି ହୋଇଛି।













