ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ପୁଣି ୧୧ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫ ଶହ ପାର୍ କରିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ବିଭାଗର ତାଜା ସୂଚନା ଅନୁସାରେ ଆଜି ଖୋର୍ଦ୍ଧାର ଜଣେ ୫୫ ବର୍ଷୀୟ ଓ ଜଣେ ୭୩ ବର୍ଷୀୟ ମହିଳା, ପୁରୀର ଜଣେ ୪୦ ବର୍ଷୀୟ ଓ ଜଣେ ୮୫ ବର୍ଷୀୟ ପୁରୁଷ ଏବଂ ମୟୂରଭଞ୍ଜର ଜଣେ ୮୦ ବର୍ଷୀୟ ପୁରୁଷ ଓ ଜଣେ ୬୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି।
ସେହିପରି ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେମାନଙ୍କର ବୟସ ଯଥାକ୍ରମେ ୬୦,୩୫,୪୦ ଓ ୪୫ ବର୍ଷ ବୋଲି ଜଣାପଡ଼ିଛି। ଏଥିସହ କଟକର ଜଣେ ୭୪ ବର୍ଷୀୟ ମହିଳା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି।
ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି।













