ଓଡ଼ିଶାଲାଇଭ୍‌ ବ୍ୟୁରୋJALAKA FLOOD

ଜଗତସିଂହପୁରରେ ଦେବୀ ଓ ପାଇକା ନଦୀ ଜଳସ୍ତର ବଢ଼ିବା ପରେ ବନ୍ୟା ବିପନ୍ନଙ୍କ ଦୁଃଖ ବଢ଼ିଛି। ୨ଟି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଥିବାରୁ ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଛି।

ତିର୍ତ୍ତୋଲ, କୁଜଙ୍ଗ, ଘଡ଼ିମୂଳ ଆଦି ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ପ୍ରାୟ ୮ଦିନ ହେବ ଏହି ସ୍ଥିତି ରହିଥିବାରୁ ଏବେ ଦୁର୍ଦ୍ଦଶାରେ ବନ୍ୟା ବିପନ୍ନଙ୍କୁ ଦିନ କଟୁଛି।BGU

ଜଗତସିଂହପୁର ଜିଲ୍ଲାର କଣ୍ଟିଲୋ ଘଡିମୂଳର ଗ ପଡା ଗାଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବନ୍ୟାରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ଏହି ଗାଁ। ଫଳରେ ଯାତାୟତ ପାଇଁ ବୋଟ ବ୍ୟବହାର କରୁଛନ୍ତି ଗାଁ ଲୋକ। ଖାଇବା ପିଇବା ଅଭାବରୁ ଦୁଃଖରେ ଦିନ କାଟୁଛନ୍ତି ବନ୍ୟା ବିପନ୍ନ।

ତେବେ କେବଳ ଜଗତସିଂହପୁର ନୁହେଁ ରାଜ୍ୟର ପ୍ରାୟ ୨୦ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟା ପାଣି କମିଥିଲେ ବି ଲୋକଙ୍କ କଷ୍ଟ ଦୂର ହୋଇନି।

LEAVE A REPLY

Please enter your comment!
Please enter your name here