ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଆଜି ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୨୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁଯାୟୀ ଆଜି ଗଞ୍ଜାମରୁ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୭୮ ବର୍ଷୀୟ ମହିଳା ଥିବା ବେଳେ ଅନ୍ୟ ଦୁଇଜଣ ୪୫ ଓ ୫୬ ବର୍ଷୀୟ ପୁରୁଷ ଅଛନ୍ତି।
ସେହିପରି କଟକର ଜଣେ ୬୬ ବର୍ଷୀୟ ମହିଳା ଓ ଜଣେ ୬୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି। ଏଥିସହ ଭୁବନେଶ୍ଵରର ଜଣେ ୭୨ ବର୍ଷୀୟ ପୁରୁଷ, ବାଲେଶ୍ଵରର ଜଣେ ୬୦ ବର୍ଷୀୟ ପୁରୁଷ ଓ କନ୍ଧମାଳର ଜଣେ ୫୦ ବର୍ଷୀୟ ମହିଳା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ମୃତକମାନେ ଡାଇବେଟିସ୍, ହାଇପର୍ଟେନ୍ସନ୍ ଆଦି ରୋଗରେ ପୀଡ଼ିତ ଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।













