ଓଡ଼ିଶାଲାଇଭ୍ କରୋନା ବ୍ୟୁରୋCoronavirus blood test

  • ଦିନକରେ ସର୍ବାଧିକ ୮୩,୮୮୩ ଆକ୍ରାନ୍ତ, ୧,୦୪୩ ମୃତ
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩,୫୩,୪୦୭କୁ ବୃଦ୍ଧି
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୭,୩୭୬କୁ ବୃଦ୍ଧି

ଦେଶରେ ପୁଣି ଥରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଚା ମଧ୍ୟରେ ସର୍ବାଧିକ ୮୩,୮୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩,୫୩,୪୦୭କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୨୯,୭୦,୪୯୨ ଜଣ ସୁସ୍ଥ ହୋଇଥିବା ବେଳେ ୮,୧୫,୫୩୮ଟି ଆକ୍ଟିଭ୍ କେସ୍ ରହିଛି।BGUସେହିପରି ଆଜି ୧,୦୪୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୭,୩୭୬କୁ ବୃଦ୍ଧି ପାଇଛି।

Comment