ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଆଜି ଆଉ ୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁସାରେ ଆଜି ବଲାଙ୍ଗିରର ଜଣେ ୧୮ ବର୍ଷୀୟ ଜଣେ ଯୁବକ ଓ ଜଣେ ୭୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି କଟକର ଜଣେ ୬୭ ବର୍ଷୀୟ ମହିଳା ଓ ୫୦ ବର୍ଷୀୟ ପୁରୁଷ, ଗଞ୍ଜାମର ଜଣେ ୭୦ ବର୍ଷୀୟ ଓ ଜଣେ ୫୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ସେହିପରି ଭୁବନେଶ୍ଵରର ଜଣେ ୯୦ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ଜଣେ ୬୭ ବର୍ଷୀୟ ପୁରୁଷ ଓ ରାୟଗଡ଼ାର ଜଣେ ୫୨ ବର୍ଷୀୟ ମହିଳା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ମୃତକମାନେ କରୋନା ପଜିଟିଭ୍ ହେବା ସହିତ ଡାଇବେଟିସ୍, ଟ୍ୟୁବରକ୍ୟୁଲୋସିସ୍, ହାଇପର୍ଟେନ୍ସନ୍ ଆଦି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।














